ହାତୀ ଆକ୍ରମଣରେ ମହିଳା ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଅଟୋକୁ ହାତୀ ପଲ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ରୀନା ନାୟକ। ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିବାବେଳେ ଅସ୍ତିଆବନ୍ଧ ନିକଟରେ ହାତୀପଲ ଅଟୋକୁ ଆକ୍ରମଣ କରିଥିଲେ । ୭ ଜଣ ଦୌଡ଼ି ପଳାଇଥିବାବେଳେ ମହିଳା ଜଣକ ହାତୀ ହାବୁଡରେ ପଡିଯାଇଥିଲେ ।
Powered by Froala Editor