ବଜ୍ରପାତ : ଏହି ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ ମଧ୍ୟପ୍ରବେଶ ଉପରେ ଲଘୁଚାପ ସକ୍ରିୟ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାର ଲଇକେରାରେ ସର୍ବାଧିକ ୨୧୨.୨ମି.ମି. ବର୍ଷା ହୋଇଛି। ଜିଲାର କିରିମରାରେ ୧୭୦.୩, କୋଲାବିରା ୧୬୩, ଲଖନପୁର ୧୪୩.୨ମି.ମି. ବର୍ଷା ହୋଇଛି। ଯାଜପୁର ଜିଲାର ସୁକିନ୍ଦାରେ ୧୮୪.୩ମି.ମି., ଦାନଗଦି ୧୫୮, ଚାନ୍ଦବାଲି ୧୪୭, ଯାଜପୁରରେ ୧୨୧ ମି.ମି. ବର୍ଷା ହୋଇଛି। ଦେବଗଡ଼ରେ ୧୪୫, କେନ୍ଦୁଝର ୧୩୧.୮, ବାଲେଶ୍ବର ଜିଲାର ଗୋବିନ୍ଦପୁର ୧୧୫, ଏବଂ ସମ୍ବଲପୁର ଜିଲାର କୁଚିଣ୍ଡାରେ ୧୧୪ମି.ମି. ବର୍ଷା ହୋଇଛି।
Powered by Froala Editor