ଜାହାଜରୁ ଖସି ପଡିଲେ ୨ କ୍ରିୟୁ ମେମ୍ବର: ଜଣେ ନିଖୋଜ, ଜଣେ ଉଦ୍ଧାର
ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦରରେ ଅଘଟଣ । ଜାହାଜରୁ ଦୁଇ ଜଣ କ୍ରିୟୁ ସଦସ୍ୟ ଖସି ପଡିଥିବା ସୂଚନା ମିଳିଛି । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ବନ୍ଦରର ୫ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଏହି ଅଘଟଣ ଘଟିଛି । ଜାହାଜ ବର୍ଥ ଛାଡିବା ପରେ ସିଡି କାଢୁଥିଲେ ଜାହାଜ କର୍ମଚାରୀ । ଫଳରେ ଅସାବଧାନତା ଯୋଗୁଁ ଖସି ପଡିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ସିଆଇଏସ୍ଏଫ୍, ମେରାଇନ୍ ପୁଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ହୋଇଛନ୍ତି ।
Powered by Froala Editor