ଏନଆଇଆରଏଫ୍ ରାକିଂ ପ୍ରକାଶ, ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ନାହିଁ
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା NIRFର ସରକାରୀ ୱେବସାଇଟ nirfindia.org ରେ ଉପଲବ୍ଧ କରାଯାଇଛି।
ତାଲିକାରେ ମହାବିଦ୍ୟାଳୟ ଶ୍ରେଣୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି । ତେବେ ସାମଗ୍ରୀକ ପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ ସ୍ଥାନ ପାଇଥିବାବେଳେ ୨୭ରେ କିଟ୍ ରହିଛି । ୩୪ ତମ ସ୍ଥାନରେ NIT ରାଉରକେଲା ଥିବାବେଳେ ୮୦ରେ ଆଇଆଇଟି ଭୁବନେଶ୍ବର ରହିଛି । ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩, ସୋଆ-୨୨, କିଟ୍- ୩୬ ତମ ସ୍ଥାନରେ ରହିଛି । ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍ ରହିଛି । ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍ ସ୍ଥାନ ପାଇଛି । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାନ୍ୟତା- ୩୦ରେ NIT ରାଉରକେଲା, ୪୩ରେ କିଟ୍ ରହିଛି । ତେବେ କଲେଜ କ୍ୟାଟାଗୋରୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନି ।
ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଜାଣିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଯେ, କେଉଁ ପ୍ରତିଷ୍ଠାନ ଶୀର୍ଷରେ ପହଞ୍ଚିବ ଏବଂ କେଉଁ କଲେଜଗୁଡ଼ିକ ଉନ୍ନତ ପ୍ରଦର୍ଶନ ପାଇଁ ସ୍ବୀକୃତି ପାଇବେ। NIRF ରାଙ୍କିଂକୁ ଦେଶବ୍ୟାପୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଗୁଣବତ୍ତାର ଏକ ବଡ଼ ମାପକାଠି ଭାବରେ ବିବେଚନା କରାଯାଏ ଏବଂ ଏହା ଛାତ୍ରୀଛାତ୍ରମାନଙ୍କ ପାଇଁ ସଠିକ କ୍ୟାରିଅର ବାଛିବାରେ ସହାୟକ ପ୍ରମାଣିତ ହୁଏ।
Powered by Froala Editor