କୃଷ୍ଣାଙ୍କ ସହ ଝଗଡ଼ା, କପିଲ ଶର୍ମା ସୋ’ ଛାଡ଼ିଲେ କିକୁ

କପିଲ ଶର୍ମାଙ୍କ ସହ ଝଗଡ଼ା ହେଉ କିମ୍ବା ଅନ୍ୟ କୌଣସି କାରଣ, କପିଲଙ୍କ ସୋ’ ଛାଡ଼ିଦେଲେ କିକୁ ସାରଦା। ଝିଅ ବେଶରେ ଦର୍ଶକଙ୍କୁ ହସଉଥିବା କିକୁ କପିଲଙ୍କ ଶୋକୁ କଲେ ବାଏ ବାଏ। କିଛି ଦିନ ତଳେ ତାଙ୍କର ଝଗଡ଼ା ସହକଳାକାର କୃଷ୍ଣା ଅଭିଷେକଙ୍କ ସହ ହୋଇଥିଲା। ଏହି କାରଣରୁ ସେ ସୋ’ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
କିକୁ ଶାରଦା ବର୍ଷ ବର୍ଷ ଧରି କପିଲ ଶର୍ମାଙ୍କ ସହ କାମ କରୁଛନ୍ତି। କିନ୍ତୁ, ଏବେ ଏପରି ଲାଗୁଛି ଯେ ସେ କପିଲ ଶର୍ମାଙ୍କ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରୁ ନିଜକୁ ଦୂରେଇ ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ, ଲୋକପ୍ରିୟ ପାପାରାଜୋ ହ୍ୟାଣ୍ଡେଲ୍ ଭାଇରାଲ୍ ଭୟାନି ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି ଯେ କିକୁ କପିଲ ଶର୍ମାଙ୍କ ନେଟଫ୍ଲିକ୍ସ ସୋ’କୁ ଛାଡି ଦେଇଛନ୍ତି।
ସୋ’ର ଛାଡ଼ିବାର ଅନ୍ୟ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି। ତାହା ହେଲା ସେ ରାଇଜ୍ ଆଣ୍ଡ ଫଲ୍ରେ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ କପିଲଙ୍କୁ ବାଏ ବାଏ କହୁଛନ୍ତି। ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ସୋ’ ଜଜ୍ ଭାବେ ବସୁଥିବା ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ପ୍ରତିକ୍ରିୟା ରଖିଛନ୍ତି। କିକୁ ଏପର୍ଯ୍ୟନ୍ତ ସୋ’ ଛାଡ଼ି ନଥିବା କହିଛନ୍ତି ଅର୍ଚ୍ଚନା।
Powered by Froala Editor