କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର କୋମାରେ ଥିବା ସୂଚନା ମିଳିଛି। ଅଭିଜିତଙ୍କ ସ୍ୱାସ୍ତ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର ସ୍ଥାନାନ୍ତର କରାଯାଇଛି ।ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି ହୋଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ନିମୋନିଆରେ ପୀଡ଼ିତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଏବେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ମଧ୍ୟାହ୍ନ ପରଠାରୁ ICUରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।
କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ୍ । ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ କଟକର ଏକ ପ୍ରାଇଭେଟ ହସ୍ପିଟାଲରେ ଅଭିଜିତଙ୍କୁ ନିଆଯାଇଥିଲା । ସେଠାରେ କିଛିଦିନ ଚିକିତ୍ସା ପରେ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରି ଦିଆଯାଇଛି ।
Powered by Froala Editor