ସ୍ନେହାଙ୍ଗିନୀ ପୁଣି ମହିଳା ବିଜେଡି ସଭାନେତ୍ରୀ ନିଯୁକ୍ତ
ଗୁରୁବାର ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଦାୟିତ୍ୱ ଦିଆଯାଇଛି। କୋରାପୁଟ ଜିଲ୍ଲା ସଭାପତି ହେଲେ ଝିନ୍ନ ହିକ୍କକା । ରାୟଗଡ଼ା ଜିଲ୍ଲା ସଭାପତି ହେଲେ ଜଗନ୍ନାଥ ସାରକା । ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହା ସହ ୧୨ ସଧାରଣ ସମ୍ପାଦକ ମଧ୍ୟ ନିଯୁକ୍ତି ଦେଇଛନ୍ତି ନବୀନ ପଟ୍ଟନାୟକ । ଏମାନେ ହେଲେ ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର। ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହାଙ୍କୁ ସାଧାରଣ ସଂପାଦିକା କରାଯାଇଛି। ସେହିପରି ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର- ସାଧାରଣ ସଂପାଦିକା। ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ- ସାଧାରଣ ସଂପାଦିକା ଏବଂ ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ- ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି।
Powered by Froala Editor