ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସାଧାରଣ ବଗିରୁ ୧୧ କେଜି ଗଞ୍ଜେଇ ଜବତ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜିଆରପି ପୁଲିସ ଆରପିଏଫ ସହଯୋଗରେ ପୁରୀ ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ସାଧାରଣ ବଗିରୁ ମଧ୍ୟପ୍ରଦେଶ ରାଜ୍ୟର ଜଣେ ଯୁବକ ଠାରୁ ଗଞ୍ଜେଇ ଜବତ କରିବା ସହ ଯୁବକକୁ ରେଳବାଇ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି। ପ୍ରାପ୍ତ ସୂଚନା ମତେ କୌଣସି ସୂତ୍ରରୁ ଖବର ପାଇଁ ଜିଆରପି ପୁଲିସ ଯୁବକ ଜଣକ ଟିଟିଲାଗଡ ଷ୍ଟେସନରୁ ଅହମଦାବାଦ ଏକ୍ସପ୍ରେସ ଟ୍ରେନରେ ଏକ ଟ୍ରଲିବାଗ ଓ ହାଣ୍ଡ ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ସମୟରେ ଯୁବକକୁ କଣ୍ଟାବାଞ୍ଜି ଷ୍ଟେସନରେ ଅଟକାଇ ଯାଞ୍ଚ ପରେ ଗଞ୍ଜେଇ ପାଇ ଥିଲେ। କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ରାଉତ ଓ ଟିଟିଲାଗଡ ଜିଆରପି ଥାନା ଭାରପ୍ରାପ୍ତ ଅଧିକାରୀ ବିନୟ କୁମାର ଭୋଇଙ୍କ ଉପସ୍ଥିତରେ ଟ୍ରଲି ବ୍ୟାଗ ଓ ହ୍ୟାଣ୍ଡ ବ୍ୟାଗ ଖୋଲିବା ପରେ ୧୧ କେଜି. ୧୧୦ଗ୍ରାମ ଗଞ୍ଜେଇ ଜବତ କରିଛି ଜିଆରପି ପୁଲିସ।
Powered by Froala Editor