ଏମ୍ସ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ୍ ମଜୁମଦାର
ଭୁବନେଶ୍ବର: ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ସଙ୍ଗୀତକାର ଅଭିଜିତ୍ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଭିଜିତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor