୨୦ ସୁଦ୍ଧା ଭୁବନେଶ୍ବର ଓ କଟକ ରାସ୍ତା ମରାମତି କାମ
ଭୁବନେଶ୍ବର: ଭୁବନେଶ୍ବର ଏବଂ କଟକ ସହର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ଖରାପ ହୋଇ ଗଲାଣି। କେଉଁଠି ରାସ୍ତାରୁ ପିଚୁ ଉଠି ଗଲାଣି ତ ଆଉ କେଉଁଠି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକମାନେ ଗମନାଗମନରେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି। ଆଗକୁ ଆସୁଛି ଦଶହରା, ତେଣୁ ସେପ୍ଟେମ୍ବର ୨୦ ସୁଦ୍ଧା ଭୁବନେଶ୍ବର – କଟକ ସହର ରାସ୍ତା ମରାମତି କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏଥିପାଇଁ ଆସନ୍ତା ୬ରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ବର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ମେୟରଙ୍କ ସହ ବିଧାୟକ ଏବଂ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ରହିବେ।
Powered by Froala Editor