ଶ୍ରୀମନ୍ଦିରରେ ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବାମନ ବେଶ ଅନୁଷ୍ଠିତ ହେବ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବ ପାଳନ କରାଯାଏ। ଶ୍ରୀମନ୍ଦିରରେ ଗୁରୁତ୍ବପୂର୍ଣ୍ଣ ନୀତି ପାଇଁ ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ପୌରାଣିକ କଥାନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇ ଧରାପୃଷ୍ଠରେ ଅବତରଣ କରିଥିଲେ। ମନ୍ଦିରରେ ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶ କରାଯାଇଥାଏ। ତାଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର ସଜ୍ଜିତ ହୋଇଥାନ୍ତି।
Powered by Froala Editor