ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ନାଁରେ ବଳାତ୍କାର ମାମଲା
ଟି-ସିରିଜ କମ୍ପାନୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ଏହି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷାୟା ମହିଳା। ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ତାଙ୍କ କମ୍ପାନୀର ପ୍ରୋଜେକ୍ଟରେ କାମ ଦେବା ବାହାନାରେ ସେ ଏହାର ଫାଇଦା ଉଠାଇଛନ୍ତି। କେବଳ ସେତେକି ନୁହେଁ ପୀଡିତା ଅଭିଯୋଗ କରିଛନ୍ତି ଯେ, ଭୂଷଣ କୁମାର ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ମୁମ୍ବାଇ ପୋଲିସ କହିବା ଅନୁଯାୟୀ ମହିଳା କହିଛନ୍ତି ଯେ, ତାଙ୍କୁ ପୃଥକ୍ ପୃଥକ୍ ସ୍ଥାନକୁ ନିଆଯାଇ ଦୁଷ୍କର୍ମ କରାଯାଇଥିଲା। ଏହାସହିତ ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା।
ସୂଚନା ଥାଉକି, ଭୂଷଣ କୁମାରଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରଥମ ଥର ନୁହେଁ । ଏହାପୂର୍ବରୁ, ମିଟୁ କ୍ୟାମ୍ପେନ ମାଧ୍ୟମରେ ମଡେଲ ମାରିନା କୁନୱର ମଧ୍ୟ ଭୂଷଣ କୁମାରଙ୍କୁ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ ।
Powered by Froala Editor