ଚପଲ ଉପରେ ଚପଲ ଥାକ କରି ରଖିଲେ, ଘରେ ହୋଇଥାଏ ଅଶାନ୍ତି
ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁ ନିୟମ ମାନିବା ସହ କିଛିଟା ଛୋଟମୋଟ ଭୁଲ୍କୁ ସୁଧାରିପାରିଲେ ଜୀବନ ସରସ, ସୁନ୍ଦର ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି:
* ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କେବେ ବି କାନ୍ଦିବେ ନାହିଁ। କୁହାଯାଏ, ଏହି ଦିନମାନଙ୍କରେ ଆଖିରୁ ଲୁହ ଝରିଲେ ପ୍ରତିଷ୍ଠା କ୍ଷୂର୍ଣ୍ଣ ହେବା ସହ ଘରେ ଅଶାନ୍ତି ବଢିଥାଏ।
* ଘରର କୌଣସି ସ୍ଥାନରେ କେବେ ବି ବୁଢିଆଣି ଜାଲ ହେବାକୁ ଦେବେ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ରୋଷ କରିଥାନ୍ତି ।
* ଆଲମାରିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିଲେ ଶୁଭ।
* ଭୁଲ୍ରେ ବି ଚପଲ ଉପରେ ଚପଲ ଥାକ କରିକି ରଖିବେ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତିର ବାତାବରଣ ଖେଳି ଯାଇଥାଏ ବୋଲି ମାନ୍ୟତା ରହିଛି।
* ଘରେ କେବେ ବି ଯୁଦ୍ଧ ହେଉଥିବାର ଚିତ୍ର, କାନ୍ଦିବା ଫଟୋ ଲଗାଇବେ ନାହଁି।
* ଝାଡ଼ୁକୁ କେବେ ବି ମୋଡିକି ରଖିବା ଠିକ୍ ନୁହେଁ। ଏପରି କଲେ ଘରେ ଆର୍ଥିକ ସମସ୍ୟା ଦେଖଯାଏ।
Powered by Froala Editor