ଏତିକି ମାତ୍ରା ଅଲମଣ୍ଡ ଖାଇବା ଶରୀର ପାଇଁ ଭଲ

ଡ୍ରାଏଫ୍ରୁଟ୍ସର ସେବନ ସର୍ବଦା ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ସେଥିରୁ ଗୋଟିଏ ହେଲା ଅଲମଣ୍ଡ(ବାଦାମ)। ପ୍ରତିରୋଧକ ଶକ୍ତି ନିର୍ମିତ ହୋଇଥାଏ। ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି ତତ୍ତ୍ୱ ରହିଛି। ଏହାଛଡ଼ା ଏଥିରେ ଥିବା ଫ୍ୟାଟ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଲାଭକାରୀ। ହେଲେ ସବୁକିଛିର ସଠିକ୍ ଏବଂ ସୀମିତ ମାତ୍ରା ଖାଇବା ଆବଶ୍ୟକ। ଆସନ୍ତୁ ସବିଶେଷ ଜାଣିବା:
ଦିନକୁ କେତେ ଅଲମଣ୍ଡ ଖାଇବେ?
ବିଶେଷଜ୍ଞଙ୍କ ମତରେ ବୟସ୍କମାନେ ଦିନକୁ ୨୩ ଅଲମଣ୍ଡ ଖାଇପାରିବେ, ଯାହାକି ୩୦ ଗ୍ରାମ ହେବ। ଏତିକି ମାତ୍ରା ଶରୀର ପାଇଁ ଭଲ।
ହଜମ ଜନିତ ଅସୁବିଧା:
ଅଲମଣ୍ଡ ଅଧିକ ସେବନ କରିବା ପରେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ନଚେତ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ସେଥିରେ ପେଟ ଫୁଲିବା, ଗ୍ୟାସ, ପେଟ ବ୍ୟଥା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି।
ଓଜନ ବଢ଼ିବା:
ଅଲମଣ୍ଡ ହୃଦୟ ପାଇଁ ଭଲ। ହେଲେ ଆବଶ୍ୟକତାଠାରୁ ଅଧିକ ଖାଇଲେ ଅଧିକ କ୍ୟାଲୋରୀ ଦେହକୁ ଯାଏ। ଯାହାକି ଓଜନ ବଢ଼ାଇଥାଏ।
ପେଟ ବ୍ୟଥା:
ଅଧିକ ଅଲମଣ୍ଡ ସେବନ ଦ୍ୱାରା ପେଟରେ ବ୍ୟଥା ହୋଇଥାଏ। ଏଥିସହ ଗ୍ୟାସ, ବ୍ଲୋଟିଂ ଭଳି ସମସ୍ୟା ଉପୁଜିପାରେ।
ଆଲର୍ଜି:
ଏହାକୁ ଅଧିକ ସେବନ କରିବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ହୋଇପାରେ। ଫଳରେ ତ୍ୱଚା କୁଣ୍ଡାଇ ହେବା, ରାସେସ୍, ଫଳିଯିବା ଭଳି ସମସ୍ୟା ଉପୁଜିପାରେ।
Powered by Froala Editor