ଭାରତ ଏବଂ ଚୀନ ଏକା ସାଙ୍ଗରେ ଚାଲିବା ଉଚିତ: ଜିନପିଙ୍ଗ
ନୂଆଦିଲ୍ଲୀ: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା। ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ ବୋଲି ମୋଦୀ କହିଥିଲେ। ଜିନପିଙ୍ଗ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗ ପାଇଁ ନିଜର ସହମତି ପ୍ରକାଶ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଭାରତ ଏବଂ ଚୀନ ଏକା ସାଙ୍ଗରେ ଚାଲିବା ଉଚିତ ଏବଂ ଦୁଇ ଦେଶର ସମ୍ପର୍କ ମଜଭୁତ ହେବା ଜରୁରୀ ବୋଲି ଜିନପିଙ୍ଗ ମତପୋଷଣ କରିଥିଲେ।
Powered by Froala Editor