Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ...

  • ଏପରି ନିଅନ୍ତୁ ନିଜର ଯତ୍ନ

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ...

  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ...

  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ ...

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ...

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ

Home ›› ››ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

2025-08-28 12:37:05
15667
Share:
Facebook
Twitter
E-Mail
WhatsApp
Telegram
ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ହୋଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି  । ଯଦ୍ୱାରା ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ପରିଲିକ୍ଷିତ ହୋଇଛି । ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା  ।  ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ । ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାବେଳେ ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ତଥା ଗ୍ରାମବାସୀ ଚିକିତ୍ସାଳୟକୁ ଯିବା ପାଇଁ ନାନା ଦୁର୍ଦଶା ଭୋଗୁଥିଲେ ।  ସେହିଭଳି ଗାଁର ଛତ୍ରଛାତ୍ରୀମାନେ ମଧ୍ୟ ପାଠପଢାରେ ବାଧା ଉପୁଜିଥିଲା ।  କିନ୍ତୁ ଉତ୍କଳ ଆଲୁମିନା ଖଣି ସିଏସଆର ତରଫରୁ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ସକାଶେ ମୁଖ୍ୟ ରାସ୍ତାରୁ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗ୍ରାମକୁ ୨.୫ କିମି ରାସ୍ତା ନିର୍ମାଣ କରାଯାଇଥିବାରୁ ଲୋକେ ବାହ୍ୟ ଜଗତ ସହ ସଂଯୋଗ ହୋଇଛନ୍ତି ।  ସେହିପରି ରାଉଲିଘାଟି ଗ୍ରାମରୁ ପଡୋଶୀ ଗାଁ ବରଜାଖାଲକୁ ରାସ୍ତା ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରି ଲାଗିଥିଲା ।  ତେବେ ଏହି ସମସ୍ୟା ସମାଧାନ ନିମନ୍ତେ  ସିଏସଆର ପାଣ୍ଠିରୁ  ଗାଁରେ ଛତ୍ରଛାତ୍ରୀଙ୍କ ପାଠପଢା ପାଇଁ ରାସ୍ତା ନିର୍ମାଣ କରାଯାଇଛି ।  ଉକ୍ତ ୧.୭ କିମି ରାସ୍ତା ସିଧାସଳଖ ସ୍ଥାନୀୟ ବରଜାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରିଥିବାବେଳେ ଗାଁର  ଶିକ୍ଷାର୍ଥୀମାନେ ଦୈନିକ ସେହି ରାସ୍ତାରେ ସ୍କୁଲ୍କ  ଯାତାୟାତ କରିପାରୁଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ଦେଇ ହିଣ୍ଡାଲ୍କୋ ଖଣି ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ କହିଛନ୍ତି ଯେ, ଗ୍ରାମବାସୀ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟାରେ ଜର୍ଜରିତ ହୋଇଥିଲେ । ବିଭିନ୍ନ ସମୟରେ ଝରଣା ପାଣିକୁ ବ୍ୟବହାର  କରି ଜଳ ବାହକ ମାରାତ୍ମକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସା ହୋଇଥିବାବେଳେ ଅନେକ ସମୟରେ ଗ୍ରାମବାସୀ ମୃତ୍ୟୁମୁଖରେ ପଡ଼ିଥାନ୍ତି । ସମ୍ପ୍ରତି ସମସ୍ୟା ଦୂର କରିବା ନିମନ୍ତେ ଉତ୍କଳ ଆଲୁମିନା ସିଏସଆର ତରଫରୁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷପ ସ୍ୱରୂପ ସେହି ଗାଁରେ ଝରଣା ପାଣି ବିଶୋଧାନ ପାଇଁ ଯାନ୍ତ୍ରିକ ଉପକରଣ ସ୍ଥାପନ କରାଯାଇଛି । ଯାହାଫଳରେ ଲୋକଙ୍କ ଘର ନିକଟକୁ ସିଧାସଳଖ ପାଇପ ଯୋଗେ ଟ୍ୟାପ ଦ୍ୱାରା ପାନୀୟ ଜଳ ସଂଯୋଗ କରାଯାଇଛି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି  । ସେହିପରି ସେ କହିଛନ୍ତି ଯେ,  ବର୍ଷାଦିନେ ପାଣି ଜମିରହି ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବାବେଳେ ସମ୍ପ୍ରତି ସମସ୍ୟା ସମାଧାନ ସକାଶେ ଡ୍ରେନ ନିର୍ମାଣ କରାଯାଇଛି ।  ଯାହାଫଳରେ ବର୍ଷାଜଳ ନିଷ୍କାସିତ ହେବା ସହ ଗାଁରେ ସ୍ୱଚ୍ଛତା ବୃଦ୍ଧି ହୋଇଛି ।  ତେବେ ଆଗାମୀ ଦିନରେ ଅନୁରୂପ ଭାବେ ଗାଁର ପରିପାର୍ଶ୍ଵିକ ଉନ୍ନତି ସକାଶେ ଉତ୍କଳ ଅଲିମିନା ସକ୍ରିୟ ଭୂମିକା ନିର୍ବାହ ବୋଲି ଶ୍ରୀ ପାଣ୍ଡେ ମତବ୍ୟକ୍ତ କରିଛନ୍ତି ।  ଏ ନେଇ ରାଉଲିଘାଟି ଗ୍ରାମ ମୁଖ୍ୟ ମାଳିଆ ମାଝୀ କହିଛନ୍ତି ଯେ, ଉତ୍କଳ ଆଲୁମିନା ସିଏସଆର ବିଭାଗ ଗ୍ରାମବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର କରିଛନ୍ତି ।  ରାସ୍ତା, କଲଭର୍ଟ ନିର୍ମାଣ ଓ ପାନୀୟ ଜଳ ସମସ୍ୟା ଦୂରୀକରଣ ସଂକ୍ରାନ୍ତରେ ପଦକ୍ଷେପ ନେଇଥିବାରୁ ଗ୍ରାମରେ ସକାରାତ୍ମକ ପରିବର୍ତନ ହୋଇଛି ।

Powered by Froala Editor

Tags UAIL

Related articles Odisha News Lens 4.1

  • ଏକଜିଟ ପୋଲ, ବାଜିମାରି ନେବେ ବିଜୟ
    ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15399
    Apr 30, 2026
  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ
    ଦେଶ-ଦେଶାନ୍ତର

    କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14411
    Apr 30, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13453
    May 01, 2026
  • ଏପରି ନିଅନ୍ତୁ ନିଜର ଯତ୍ନ
    ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13607
    May 01, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15599
    Apr 30, 2026
  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15138
    May 01, 2026
  • ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...
    ଦେଶ-ଦେଶାନ୍ତର

    ଭାରତ ନିଜ ଇଚ୍ଛା ଏବଂ ସର୍ତ୍ତରେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ନିଷ୍ପତ୍ତି ...

    15433
    Apr 30, 2026
  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14283
    May 01, 2026
  • ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ...

    15530
    Apr 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14283
    May 01, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ ଜମ୍ମୁ ଏବଂ କାଶ୍ମୀରରେ ହିଂସା ବନ୍ଦ କରିବାକୁ ଅନୁରୋଧ କଲେ ଫାରୁକ ଅବଦୁଲ୍ଲା

    15530
    Apr 30, 2026
  • ଦେଶ-ଦେଶାନ୍ତର

    ଏକଜିଟ ପୋଲ, ବାଜିମାରି ନେବେ ବିଜୟ

    15399
    Apr 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17448
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17500
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17856
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16328
    Apr 03, 2021

ବିଶେଷ

  • ଏପରି ନିଅନ୍ତୁ ନିଜର ଯତ୍ନ

    13607
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    13811
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16013
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15959
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14575
    Apr 25, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15366
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15101
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15596
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13906
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ଲୋରିନ ଗ୍ୟାସ୍ ଲିକ୍ ହୋଇ ୨୪ ଅସୁସ୍ଥ, ନିଶ୍ୱାସ ନେଇପାରିଲେନି ଲୋକେ

    14411
    Apr 30, 2026
  • କ୍ରାନ୍ତି ନା ବିଭ୍ରାନ୍ତି : ଭୂତଳ ଜଳ ଶେଷ କରିଦେବ ଇଥାନଲ

    13607
    Apr 30, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15599
    Apr 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In