ହୃଦ୍ଘାତରେ ଭେଟେରାନ୍ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ
ହୃଦଘାତ ଯୋଗୁଁ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସୁରେଖା ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମେ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଥିଲେ। କିଛିଦିନ ଧରି ତାଙ୍କ ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଦ୍ୱିତୀୟ ଥର ବ୍ରେନ୍ ଷ୍ଟ୍ରୋକ୍ ପରେ ସୁରେଖାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ପକ୍ଷାଘାତ ଯୋଗୁଁ ତାଙ୍କ ଶରୀରର କିଛି ଅଂଶ ଅଚଳ ହୋଇପଡ଼ିଥିଲା ।
ତାଙ୍କ ଅଭିନୟ ଜୀବନରେ ସେ ବଡ଼ ସଫଳତା ହାସଲ କରିପାରିଛନ୍ତି। ସେ ୩ ଥର ଜାତୀୟ ପୁରସ୍କାର ଜିତିଛନ୍ତି। ତିନିଥର ଜାତୀୟ ପୁରସ୍କାର ବିଜେତା ସୁରେଖା "ତମାସ୍", "ମାମୋ", "ସଲିମ ଲାଙ୍ଗଡେ ପେ ମତ୍ ରୋ", "ଜୁବୈଦା", "ବଧାଇ ହୋ" ଏବଂ ଲୋକପ୍ରିୟ ଧାରାବାହିକ "ବାଲିକା ବଧୂ" ରେ ଚମତ୍କାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସୁରେଖାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସରେ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ କାହାଣୀରେ 'ଘୋଷ୍ଟ ଷ୍ଟୋରିଜ୍'ରେ ଦେଖିବାକୁ ମିଳିଥିଲା।
Powered by Froala Editor