ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରୁ ବୋଲେରୋ ଖସି ଡ୍ରାଇଭର ଗୁରୁତର

ପୁରୀ: ପୁରୀ ମେଡିକାଲ ଛକସ୍ଥିତ ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂସ୍ଥଳରେ ଘଟିଛି ଅଘଟଣ। ରବିବାର ପାର୍କିଂସ୍ଥଳରେ ଗାଡ଼ି ପାର୍କିଂ ସମୟରେ ଏକ ବୋଲେରୋ ପ୍ରଥମ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଜଣକ ଧାମରା ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ପାର୍କିଂସ୍ଥଳ ନିର୍ମାରେ ତ୍ରୁଟି ଯୋଗୁ ଏଭଳି ଅଘଟଣ ଘଟିଥିବା କିଛି ଡ୍ରାଇଭର ଅଭିଯୋଗ କରିଛନ୍ତି।
Powered by Froala Editor