ରାଜ୍ୟରେ ଗଣତି କରାଯିବ ବୁଲା କୁକୁର

ଭୁବନେଶ୍ଵର: ରାଜ୍ୟରେ ବୁଲା କୁକୁରଙ୍କ ଗଣତି କରାଯିବ । ବୁଲା କୁକୁରମାନଙ୍କର ଗଣନା କରିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏବେ ରାଜ୍ୟରେ ୭ଲକ୍ଷ ବୁଲା ଓ ୬୪ହଜାର ପୋଷା କୁକୁର ରହିଛନ୍ତି । ବୁଲା କୁକୁରମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ। ରାସ୍ତା କଡରେ ଖାଇବା ନଦେବାକୁ ଲୋକଙ୍କୁ ସଚେତନା କରାଯିବ । ହିଂସ୍ର ଓ ଜଳାତଙ୍କ ରୋଗରେ ପୀଡିତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ।
Powered by Froala Editor