ଦୀର୍ଘବର୍ଷ ପରେ ଚୁକ୍ତିଭିତ୍ତିକରୁ ମିଳିବ ମୁକ୍ତି, ଉପକୃତ ହେବେ ୯ ହଜାର କର୍ମଚାରୀ

ଭୁବନେଶ୍ବର: ଦୀର୍ଘବର୍ଷ ପରେ ଚୁକ୍ତିଭିତ୍ତିକରୁ ମିଳିବ ମୁକ୍ତି। ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ୯ ହଜାର ଏନଏଚଏମ୍ କର୍ମଚାରୀ ଉପକୃତ ହେେବ। ଏନେଇ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଥିବା ଓଡିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀ ସଂଘ ସ୍ପଷ୍ଟ କରିଛି।
ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଭେଟି ଆଲୋଚନା କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସ୍ୱଳ୍ପ ଦରମାରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସେମାନେ ଅବଗତ କରାଇଥିଲେ। ରାଜ୍ୟ ସରକାର ଏନଏଚଏମ କର୍ମଚାରୀଙ୍କ ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଓ ଏହା ଉପରେ ବିଚାର ଚାଲିଛି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ଜରିଆରେ ସ୍ଥାୟୀ ସମାଧାନ କରିବାର ବ୍ୟବସ୍ଥା କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଥିବା ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ସମାଧାନ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମାଝୀ କହିଥିଲେ।
Powered by Froala Editor