୧୧ ଦିନର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ସାମଗ୍ରୀ ଖର୍ଚ୍ଚ ପାଇବେ ଛାତ୍ରଛାତ୍ରୀ
ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ୍ ୨୩ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା। ଏହି ସମୟର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଏବଂ ସାମଗ୍ରୀ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ସମସ୍ତ ଜିଲାପାଳଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଦ୍ୟାଳୟରେ ମହଜୁଦ ଥିବା ଚାଉଳ ମଧ୍ୟରୁ ୧୧ ଦିନର ଚାଉଳ ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ଏହି ଚାଉଳ ବଣ୍ଟନ କରିବେ। ଏହି ସମୟର ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ସିଧାସଳଖ ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍ରେ ପ୍ରଦାନ କରାଯିବ।
Powered by Froala Editor