ନଈରେ ଭାସି ଯାଇ ଯୁବକ ନିଖୋଜ
ବାଣପୁର: ଗାଧୋବାକୁ ଯାଇ ଜଣେ ଯୁବକ କଂସାରୀ ନଈରେ ଭାସି ଯାଇ ନିଖୋଜ ଅଛନ୍ତି। ବାଲୁଗାଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଆଜି ସକାଳୁ ବାଲୁଗାଁ ଥାନା ବାଙ୍କିଆପଲ୍ଲୀ ଗାଁର ଯୁବକ ଆଶୀର୍ବାଦ ବେହେରା ତାଙ୍କ ସାଙ୍ଗ ମାନଙ୍କ ସହ ନଈକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ବଶତଃ ଆଶୀର୍ବାଦ ଉଛୁଳା ପାଣିରେ ଭାସିଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥଲେ ମଧ୍ୟ ଉଦ୍ଧାର କରିପାରି ନଥିଲେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor