ମେଲୋଡି କୁଇନ୍ ସୋନାଲିଙ୍କ ଝୁଲନ୍ତା ମୃତଦେହ ଠାବ
ବାରିପଦା: ମେଲୋଡି ଜଗତର ଅନ୍ୟତମ କୁଇନ ଭାବେ ପରିଚିତ ସୋନାଲି ବାରିକଙ୍କ ଝୁଲନ୍ତା ମୃତଦେହ ରହୁଥିବା ଭଡାଘରୁ ପୁଲିସ ଉଦ୍ଧାର କରିଛି। ମୟୂରଭଞ୍ଜ ଜିଲା ଭଞ୍ଜପୁର ଥାନା ଅଧୀନ ସ୍ଥାନୀୟ ୨୩ ନମ୍ବର ୱାର୍ଡ ତକତପୁର ଭିଆରପି କଲୋନୀରେ ସୋନାଲି ଏକ ଭଡା ଘରେ ରହୁଥିଲେ। ରବିବାର ଅପରାହ୍ନରେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ସୋନାଲିଙ୍କ ମୃତଦେହ ଜବତ କରିଥିଲା। ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ମା’ ବୈଶାଖୀ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କ ସାଙ୍ଗସାଥୀଙ୍କ ସହିତ ବିଭିନ୍ନ ମେଲୋଡି ଦଳରେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ନିଜଘର ବଡସାହି ବ୍ଲକ ଅସ୍ତଝରଣ ଗ୍ରାମରେ ଏବଂ ସେ ବାରିପଦାର ଏହି ଭଡା ଘରେ ରହିଥିଲେ। ଏ ସମ୍ପର୍କରେ ଭଞ୍ଜପୁର ଥାନାରେ ୧୨/୨୫ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।
Powered by Froala Editor