ନବୀନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଡିହାଇଡ୍ରେସନ୍ ଯୋଗୁ ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା କଥା ଜଣାପଡ଼ିଥିଲା। ଏବେ ନିଜର ପ୍ରୀୟନେତାଙ୍କ ଅସୁସ୍ଥତା ଖବର ଶୁଣି ଲୋକେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମେଡିକାଲରୁ ନବୀନ ପଟ୍ଟନାୟକ ମୁଁ ସୁସ୍ଥ ଅଛି... କହିଛନ୍ତି। ସେ ସୁସ୍ଥ ଥିବା ନେଇ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ନବୀନଙ୍କ ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ନିକଟରେ ଖୁସିର ମହଲ ଦେଖାଯାଇଛି।
Powered by Froala Editor