ମହିଳା କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: ନୂଆପଡ଼ା ଜିଲାରେ ମହିଳା କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହିଳାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଜବତ କରିଛି। ବାପଘର ଲୋକେ ଶାଶୁଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ମୃତା ମହିଳାଙ୍କ ନାମ ହେଉଛି ରୁକ୍ମିଣୀ ନାଗ। ନୂଆପଡ଼ା ରେଳଫାଟକ ନିକଟ ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।
ଭିଡିଓରେ ରୁକ୍ମିଣୀ କହିଛନ୍ତି ଯେ, ଶାଶୁଘର ଲୋକେ ସବୁବେଳେ ମୋତେ ନିର୍ଯାତନା ଦେଲେ। ମୋ ସ୍ଵାମୀ ସବୁଦିନ ଝଗଡ଼ା କଲେ। ଡ୍ୟୁଟିରୁ ଆସିବା ପରେ ରାତିରେ ବହୁତ କଥା କୁହନ୍ତି। ପିଲା ଥିବାରୁ ମୁଁ ଚୁପ ରୁହେ। ମୋ ଶାଶୁ କହୁଛନ୍ତି, ତୁ ଘରୁ ପଳେଇ ଯା’। ମୋ ପୁଅକୁ ଛାଡ଼ପତ୍ର ଦେଇଦେ। ମୁଁ ଅଲଗା ଝିଅ ସହ ତା’ର ବିବାହ କରାଇବି। ରୁକ୍ମିଣୀ ଆହୁରି କହିଛନ୍ତି, ବିବାହ ପରେ ହସଖୁସିରେ ଜୀବନ କଟୁଥିଲା। କିନ୍ତୁ ଶାଶୁଘର ଲୋକେ ଆସିବା ପରେ ବହୁତ ନିର୍ଯାତନା ଦେଲେ।
Powered by Froala Editor