ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ବର : ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ରାଣିଗୋଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ତ୍ରିବେଣୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରାଣିଗୋଡା ଗାଁର ସ୍ବର୍ଗତ ଶିବ ବିଶ୍ବାଳଙ୍କ ପୁଅ ବାପି ବିଶ୍ବାଳ ଗତ ଶନିବାର ଦିନ ତ୍ରିବେଣୀ ଛକ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ପୂର୍ବରୁ ରାଗ ରଖିଥିବା କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ବାପି ଗୁରୁତର ଅବସ୍ଥାରେ ସେଠାରେ ୩ଘଣ୍ଟା ପଡ଼ି ରହିଥିଲେ। ପରେ ଖବର ପାଇ ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାପିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
Powered by Froala Editor