ଚିଆ ସିଡ୍ସ ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଚିଆ ସିଡ୍ସ ଖାଇବା ଦ୍ୱାରା ଅଗଣିତ ଲାଭ ମିଳିଥାଏ। ଯଦି ଆପଣ ଚିଆ ସିଡ୍ସ ଖାଉଥାନ୍ତି ତେବେ ଏଥିସହ ଫାଇଟିକ୍ ଏସିଡ୍ ଭରପୂର ଖାଦ୍ୟ ଖାଆନ୍ତୁ ନାହିଁ। ଏସବୁ ଖାଦ୍ୟ ମଧ୍ୟରେ ବିନ୍ସ, ମସୁର ଡ଼ାଲି, ଡ୍ରାଏ ଫ୍ରୁଟ୍ସ ଆଦି ସାମିଲ ରହିଛି। ଏଣୁ ଏସବୁକୁ ଭିନ୍ନ ଭିନ୍ନ ସମୟରେ ସେବନ କରନ୍ତୁ। ଏକାଠି ଖାଇବା ଦ୍ୱାରା ଏହା ଲାଭ କରିବା ବଦଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।
ଚିଆ ସିଡ୍ସରେ ଭରପୂର ଫାଇବର ଥାଏ। ପ୍ରାୟ ୨୮ ଗ୍ରାମ ସିଡ୍ସରେ ୧୦ ଗ୍ରାମ ପାଖାପାଖି ଡାଇଟାରୀ ଫାଇବର ଥାଏ। ଏଣୁ ଏଥିରେ ଓଟ୍ସ, ସେଉ, ନାସପାତି ଭଳି ଖାଦ୍ୟ ଖିଆଯାଏ ତେବେ ପାଚନତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଗ୍ୟାସ, ବ୍ଲେିଟିଂ, ପେଟ ବ୍ୟଥା ଭଳି ସମସ୍ୟା ଉପୁଜିଥାଏ।
ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ପଦାର୍ଥର ସେବନ ଚିଆ ସିଡ୍ସ ସହ ଭୁଲ୍ରେ ବି କରନ୍ତୁ ନାହିଁ। ଯାହାକୁ ଦୁଗ୍ଧ, ଦହି କିମ୍ବା ଅନ୍ୟ ଦୁଗ୍ଧଜାତୀୟ ଦ୍ରବ୍ୟଠାରୁ ଆଲର୍ଜି ରହିଛି ଯଦି ସେମାନେ ଏହା ସହ ଚିଆ ସିଡ୍ସ ଖାଆନ୍ତି ତେବେ ପାଚନ ତନ୍ତ୍ର ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଇବ।
ପ୍ୟାକେଟରେ ମିଳୁଥିବା ଫ୍ରୁଟ୍ ଜୁସ୍ ସହ ସେବନ କରନ୍ତୁ ନାହିଁ। କାରଣ ସେସବୁରେ ଅତ୍ୟଧିକ ଚିନି ସହ ପ୍ରିଜର୍ଭେଟିଭ୍ ଥାଏ। ଏହି ଚିନି ରକ୍ତରେ ସର୍କରାକୁ ବୃଦ୍ଧି କରିପାରେ। ଚିଆ ସିଡ୍ସରୁ ମିଳୁଥିବା ଲାଭକୁ କମ୍ କରିପାରେ। ଏଣୁ ତାଜା ଫଳରସ ନଚେତ ସାଧା ପାଣି ସହ ସେବନ କରିବା ଉଚିତ।
Powered by Froala Editor