ବାଲିପାଟଣାରେ ପୋଡି ହୋଇ ଯୁବକଙ୍କ ମୃତ୍ୟୁ ଘଟଣା: ଗିରଫ ହେଲେ ବାପା, ସାବତମାଆ, ଭାଇ
ଭୁବନେଶ୍ୱର : ବାଲିପାଟଣାରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ବାପା, ସାବତ ମାଆ ଓ ସାନ ଭାଇକୁ ଶନିବାର ପୁଲିସ ଗିରଫ କରିଛି । ବାପା ସୁରେନ୍ଦ୍ର ମଠିଆ, ମାଆ ପ୍ରଭାତୀ ମଠିଆ, ସାନ ଭାଇ ପ୍ରଶାନ୍ତ ମଠିଆକୁ ପୁଲିସ ଗିରଫ କରିଛି । ଏମାନଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ପରେ ଗିରଫ କରାଯାଇଛି ବୋଲି ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢୀ ସୂଚନା ଦେଇଛନ୍ତି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ (୪୦) । ସମ୍ପତ୍ତି, ଜମିବାଡି ପାଇଁ ଘରୁ ବାହାର କରିବା ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଜ୍ୟୋତିଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଭୋର ସମୟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜୋନ୍-୪ର ଏସିପି ଅଭିମନ୍ୟୁ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜମିବାଡି ବିବାଦ ପାଇଁ ଜ୍ୟୋତିଙ୍କୁ ତାଙ୍କ ପରିବାର ହତ୍ୟା କରିଛନ୍ତି । ଗିରଫ ପରେ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୃତ୍ୟୁ ପୂର୍ବରୁ ଯୁବକ ନିଜର ବୟାନରେ ପରିବାର ଲୋକେ ତାଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା କହିଛନ୍ତି ।
Powered by Froala Editor