ସ୍ୱାଧୀନତା ଦିବସରେ ମିଠା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ
ଭୁବନେଶ୍ବର: ୭୯ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ମିଶି ସେ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ଏକ ସମୟରେ ମୁଖ୍ୟମନ୍ତ୍ରୀ ମିଠା ପ୍ଲେଟ ଧରିଥିବା ବେଳେ ତାଙ୍କ ପତ୍ନୀ ମିଠା ବାଣ୍ଟୁଥିବା ଦୃଶ୍ୟ ଦେଖାଯାଇଥିଲା।
Powered by Froala Editor