ଅମୂଲ୍ୟ ପ୍ରଧାନ ବୋର୍ଡର ନୂଆ ଉପସଭାପତି
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE)ରେ ନୂଆ ନିଯୁକ୍ତି ଘୋଷଣା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଉପସଭାପତି ଭାବେ ଅମୂଲ୍ୟ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଚକ୍ରଧର ବେହେରା ନୂଆ ଡେପୁଟୀ କଣ୍ଟ୍ରୋଲର ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନଙ୍କୁ ଗିରଫ କରାଯାଇଥିଲା । ପରେ ଉପସଭାପତି ପଦବୀ ଖାଲି ପଡ଼ିଥିଲା । ଏହି ନିଯୁକ୍ତି ପରିଷଦର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଇଛି।
ଅନ୍ୟପକ୍ଷରେ, ସ୍ୱତନ୍ତ୍ର ଓଟିଇଟି (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ନିହାରଙ୍କ ଲାପଟପରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ଯାହା ଡାଟା ଏଣ୍ଟ୍ରୀ ଅପରେଟର ଜିତନ ମହାରଣାଙ୍କ ଦ୍ୱାରା ବିକ୍ରି କରାଯାଇଥିଲା। ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି।
Powered by Froala Editor