ପାଣିରେ ବୁଡି ନାବାଳକ ମୃତ
କେନ୍ଦ୍ରାପଡା : କେନ୍ଦ୍ରାପଡା ଆଳି ଥାନା ସାନମଙ୍ଗ ଗାଁରେ ଘଟିଛି ଅଭାବନୀୟ ଘଟଣା। ପାଣିରେ ବୁଡି ଚାଲିଯାଇଛି ଜୀବନ। ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରୀୟାକୁ ଯାଇ ପୋଖରୀରେ ବୁଡି ୧୧ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶିଶୁ ଗାଁର ରବି ନାରାୟଣ ଜେନାଙ୍କ ପୁଅ ଆୟୁଷ୍ମାନ୍ କୁମାର ଜେନା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆୟୁଷ୍ମାନ୍ ନିଜ ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରୀୟାକୁ ଯାଇଥିଲା। ଶୁଦ୍ଧି ହୋଇ ସାରି ଗାଁ ପୋଖରୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲା। ଶିଶୁଟିକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor