୧୪ କୋଟିରୁ ଅଧିକ ଟଙ୍କାର ସୁନା ସହ ୫ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ଲୁଟେରା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ହେଲମେଟ୍ ପିନ୍ଧି ୫ ଜଣ ଲୁଟେରା ଏକ ଫାଇନାସ୍ ବ୍ୟାଙ୍କରୁ ୨୦ ମିନିଟରୁ କମ୍ ସମୟରେ ୧୪ କୋଟିରୁ ଅଧିକ ଟଙ୍କାର ୧୪.୮ କିଲୋଗ୍ରାମ୍ ସୁନା ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍ କରିଛନ୍ତି । ଖିତୌଲା ଅଞ୍ଚଳରେ ସ୍ଥିତ ଏହି ଶାଖାରେ ସକାଳେ ବ୍ୟାଙ୍କ ଖୋଲିବା ସମୟରେ କେହି ସୁରକ୍ଷାଗାର୍ଡ ଉପସ୍ଥିତ ନଥିଲେ । ଜବଲପୁର ଗ୍ରାମୀଣ କ୍ଷେତ୍ରର ଅତିରିକ୍ତ ପୁଲିସଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଲୁଟେରା ଜିଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂର ସିହୋର ତହସିଲ୍ରେ ସ୍ଥିତ ଶାଖା ବ୍ୟାଙ୍କର ଲକର୍ରେ ଥିବା ୧୪.୮୭୫ କିଲୋଗ୍ରାମ୍ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ଏହି ଡକାୟତିକୁ ଲୁଟେରା ୧୮ ମିନିଟ୍ ମଧ୍ୟରେ ଶେଷ କରି ଫେରାର୍ ହୋଇଯାଇଥିଲେ। ପୁଲିସ ଘଟଣାତ ତଦନ୍ତ ଜାରି ରଖିଛି ।
Powered by Froala Editor