ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ
କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିବ ଅଧିକ ତଥ୍ୟ। ସୋମବାର ଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସେମାନଙ୍କୁ ଜେରା କରାଯିବ। ଏହି ପ୍ରଶ୍ନପତ୍ର ପ୍ରଘଟରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି, କେତେ ଟଙ୍କାର କାରବାର ହୋଇଛି ଏବଂ ପ୍ରଘଟର ଚେର କେତେ ବାଟ ଲମ୍ବିଛି , ସେ ସବୁ ବିଷୟରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ଏହି ଦୁଇ ଅଭିଯୁକ୍ତଙ୍କ ପରେ ନିଲମ୍ବିତ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କ୍ରାଇମ୍ବ୍ରାଞ୍ଚ ପ୍ରସ୍ତୁତି କରିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସ୍କାନରରେ ରହିଛନ୍ତି। ତାଙ୍କୁ ମଧ୍ୟ ୪ ଥର ଜେରା ସରିଛି। ପ୍ରଶ୍ନପତ୍ର ପ୍ରଘଟ ହେବା ଏକ ପ୍ରକାର ଦାୟିତ୍ବରେ ଅବହେଳା ହୋଇଥିବାବେଳେ ତାଙ୍କ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ,
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି। କିଏ କେତେ ସମ୍ପତ୍ତି ରଖିଛି ଏବଂ କାହାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହାକୁ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବାବେଳେ ସବୁ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।
Powered by Froala Editor