ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମେଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ସମୀକ୍ଷା

ଭୁବନେଶ୍ବର: ମେଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି। ଜନସ୍ବାସ୍ଥ୍ୟ ସମସ୍ୟା, ମେଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ଦୂର କରିବାରେ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ମେଲେରିଆ ଏବଂ ଡେଙ୍ଗୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ହେଉଥିବା ଔଷଧଯୁକ୍ତ ମଶାରି ବଣ୍ଟନ, କୀଟନାଶକ ସ୍ପ୍ରେ ବ୍ୟବସ୍ଥା ବାବଦରେ ସେ ପଚାରି ବୁଝିଥିଲେ। ଅଧିକ ରୋଗୀ ଥିବା ମେଲେରିଆପ୍ରବଣ ଅଞ୍ଚଳ ଜିଲାପାଳଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଆବାସିକ ସ୍କୁଲ, ମେଲେରିଆପ୍ରବଣ ଅଞ୍ଚଳ, ପ୍ରବାସୀ ଶ୍ରମିକଙ୍କୁ ସ୍କ୍ରିନିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢ଼ାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ।
Powered by Froala Editor