ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ପରସ୍ପରକୁ ଛାଡ଼ପତ୍ର ଦେଇସାରିଛନ୍ତି। ନିକଟରେ ଅନେକ ଇଭେଣ୍ଟରେ ଧନୁଷ ଓ ମୃଣାଲ ଠାକୁରଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି କାରଣରୁ ସେମାନଙ୍କ ଡେଟିଂ ଗୁଜବ ଜୋର ଧରିଛି।
ବିବାହ ବିଚ୍ଛେଦ ପରେ ଧନୁଷ ପୁଣି ଥରେ ପ୍ରେମ କରିବା ଆରମ୍ଭ କରିଥିବା ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ଧନୁଷ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ମୁତାବକ, ୧ ଅଗଷ୍ଟରେ ଯେତେବେଳେ ଧନୁଷ ମୃଣାଲଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହି ଭିଡିଓରେ ଧନୁଷ ମୃଣାଲଙ୍କ ହାତ ଧରି କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି।ଏହି ଭିଡିଓ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି।
Powered by Froala Editor