ବର୍ଷାଙ୍କ ସମ୍ପର୍କରେ ଏଭଳି କହିଲେ ଅନୁଭବ

କଟକ: କଟକ ପରିବାର ଅଦାଲତର ମଧ୍ୟସ୍ଥତା କେନ୍ଦରେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପି୍ରୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ମଧ୍ୟସ୍ଥତାରୁ କୌଣସି ସୁଫଳ ମିଳିନଥିବା ବେଳେ ମଧ୍ୟସ୍ଥତା ପ୍ରକି୍ରୟା ନେଇ ବର୍ଷା କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନୁଭବଙ୍କ ତରଫରୁ ପରିବାର ଅଦାଲତରେ ଆବେଦନ ଦାଖଲ କରାଯାଇଛି । ବର୍ଷାଙ୍କ ଏହି ମଧ୍ୟସ୍ଥତା ପ୍ରକି୍ରୟା ପ୍ରତି ଆସ୍ଥାନାହିଁ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି । ସୂଚନା ଅନୁସାରେ ମଧ୍ୟସ୍ଥତା କେନ୍ଦ୍ରରେ କାଉନସେଲର/ମିଡିଏଟରଙ୍କ ନିକଟରେ ଉଭୟ ନିଜର ପକ୍ଷ ରଖିଥିଲେ । କିନ୍ତୁ ପୂର୍ବ ନିଦେ୍ର୍ଧଶ ଅନୁସାରେ ବର୍ଷା କାଉନସେଲରଙ୍କ ନିକଟରେ କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲିଖିତ ଭାବେ ମତ ଦେଇନଥିଲେ । ବିବଦର ଆପୋସ ସମାଧାନ ଉପରେ କାଉନସେଲର ଉଦ୍ୟମ କରିଥିବା ବେଳେ ବି କିଛି ସୁଫଳ ବାହାରି ପାରିନାହିଁ । ମଧ୍ୟସ୍ଥତା ପ୍ରକି୍ରୟା ମଧ୍ୟ ଅଧା ରହିଛି । ବର୍ଷାଙ୍କ ଏହି ମଧ୍ୟସ୍ଥତା ପ୍ରକି୍ରୟାରେ ପୂର୍ଣ୍ଣଚ୍ଛେଦ ପକାଯାଉ ବୋଲି ଅନୁଭବଙ୍କ ତରଫରୁ ନିବେଦନ କରାଯାଇଛି ।
Powered by Froala Editor