ପେଟ୍ରୋଲ ପମ୍ପ ଆଡେ ଯାଇଥିଲେ ଛାତ୍ରୀ, ସିସିଟିଭି ଫୁଟେଜରୁ ମିଳିଲା ସୁରାକ

ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାଗ ସାମ୍ନାକୁ ଆସିଛି। ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଦିନର ଏକ ଫୁଟେଜ୍ ଭାଇରାଲ୍ ହେଉଛି । ଫୁଟେଜ୍ରେ ଛାତ୍ରୀ ଚାନ୍ଦିପୁର ରାସ୍ତାରେ ନିକଟସ୍ଥ ପେଟ୍ରୋଲ ପମ୍ପ୍ ଆଡେ ଯାଉଥିବା ଦେଖିବାକୁ ମିଳିଛି । ଛାତ୍ରୀ ଜଣଙ୍କ ଏଫ୍ଏମ୍ କଲେଜ ପୀଡ଼ିତା ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ପୀଡ଼ିତା ଛାତ୍ରୀ ପେଟ୍ରୋଲ କିଣିଥିବା ନେଇ ସନ୍ଦେହ ବଢ଼ିଛି ।
ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।
କିନ୍ତୁ ଏନେଇ ସେମିତି କିଛି ସ୍ପଷ୍ଟ କରିନାହାନ୍ତି ପୋଲିସ କି କ୍ରାଇମବ୍ରାଞ୍ଚ । ତେବେ ପେଟ୍ରୋଲ ପମ୍ପ୍ର ସିସିଟିଭି ଫୁଟେଜରୁ ପୀଡ଼ିତା ପେଟ୍ରୋଲ ଆଣିବାର କିଛି ଭିଜୁଆଲ ମିଳିନାହିଁ । ଯାହାକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗିରହିଛି ।
Powered by Froala Editor