ବିଧାନସଭା ଘେରିବେ ୨୦ ହଜାର ମହିଳା, ରହିବେ ନାହିଁ ଜଣେ ହେଲେ ପୁରୁଷ କର୍ମୀ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସରକାର ଚାହିଁଲେ ୨୪ ଘଣ୍ଟାରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। କିନ୍ତୁ ପ୍ରଶାସକଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ। ନାରୀ ନିର୍ଯାତନାକୁ ନେଇ ୨୦ ହଜାର ମହିଳା ବିଧାନସଭା ଘେରିବା ସମୟରେ ଜଣେ ହେଲେ ପୁରୁଷ କର୍ମୀ ରହିବେ ନାହିଁ। ମହିଳାମାନେ ହିଁ ସରକାରଙ୍କୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଜବାବ ମାଗିବେ ବୋଲି ସେ କହିଛନ୍ତି।
Powered by Froala Editor