ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ଫସୀଲା "ଆଉ ସହି ହେଉନି ...

କେରଳର ତ୍ରିସୁର ଜିଲ୍ଲା ଭେଲାଙ୍ଗୁଲାରରେ ନିଜ ସ୍ୱାମୀର ବାସଭବନରେ ଫସୀଲା ନାମକ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଇରିଞ୍ଜାଲାକୁଡା ପୋଲିସ ତାଙ୍କ ସ୍ୱାମୀ ନୌଫାଲ ଏବଂ ଶାଶୁ ରାମଲାଙ୍କୁ ଗିରଫ କରିଛି ଏବଂ ବୁଧବାର ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଫସୀଲାଙ୍କ ପରିବାର ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଫସୀଲା ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ଦ୍ୱାରା ବାରମ୍ବାର ନିର୍ଯାତନାର ଘଟଣା ବର୍ଣ୍ଣନା କରିଛନ୍ତି। "ଆଉ ସହି ହେଉନି ମା’। ମୁଁ ଆଉ ବଞ୍ଚିପାରିବିନି। ଏମାନେ ମୋତେ ବଞ୍ଚିବାକୁ ଦେବେନି। ଏମାନେ ମୋତେ ମାରିଦେବେ, ନଚେତ୍ ମୁଁ ମରିଯିବି" ଏଭଳି ଲେଖି ଜୀବନ ହାରିଲେ ଗର୍ଭବତୀ ମହିଳା।
ଫସୀଲା ଗୋଟାଏ ପୁଅର ମା’ ହୋଇସାରିଥିବା ପୁଣି ଥରେ ଗର୍ଭବତୀ ଥିଲେ। ସ୍ତ୍ରୀ ଗର୍ଭବତୀ ଥିବା ଜାଣି ମଧ୍ୟ ତାଙ୍କ ଉପରେ ଦୟା କରିନଥିଲା ନୃଶଂସ ସ୍ବାମୀ ନୌଫଲ। ତାଙ୍କ ମାଆଙ୍କୁ ପଠାଇଥିବା ବାର୍ତ୍ତାରେ ଫସୀଲା କହିଥିଲେ ଯେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିଲେ ଏବଂ ତାଙ୍କ ସ୍ୱାମୀ ତାଙ୍କ ପେଟରେ ବହୁବାର ଲାତ ମାରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ହାତ ଭାଙ୍ଗି ଦେଇଛନ୍ତି। ମହିଳା ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁ ତାଙ୍କୁ ନିରନ୍ତର ଗାଳି ଦେଉଥିଲେ। ଶେଷ ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏରେ, ଫସୀଲା ତାଙ୍କ ମାଆଙ୍କୁ ଲେଖିଥିଲେ, “ମୁଁ ମରିଯିବି, ନଚେତ୍ ସେମାନେ ମୋତେ ମାରିଦେବେ।” ଏହା ପରେ ତାଙ୍କ ମୃତ୍ୟୁର ଖବର ବାପ ଘରକୁ ଯାଇଥିଲା ବୋଲି ଫସୀଲାଙ୍କ ମା’ କହିଛନ୍ତି।
Powered by Froala Editor