୯ ରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି, ୨ ଲକ୍ଷ ହିତାଧିକାରୀଙ୍କ ପୁନଃ ଆବେଦନ ଅନାବଶ୍ୟକ
ଭୁବନେଶ୍ବର: କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ସରକାର ବାଣ୍ଟିବେ । କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା । ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି । ଲୋକଙ୍କ ଫିଡ୍ ବ୍ୟାକ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ସୁଭଦ୍ରା ଟଙ୍କା ମହିଳାମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି । ଏହା ସହ ୨୧ ବର୍ଷ ହେବା ପରେ ନୂଆ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ ।
ଆଜିକୁ ୧୨ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମୀକ୍ଷା ସୁଭଦ୍ରା ସମୀକ୍ଷା ହେଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଗତକାଲି ସୁଦ୍ଧା ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି । ଆହୁରି ଟାର୍ଗେଟ ରହିଛି ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର ମତାମତ ନେବା । ଏଥିପାଇଁ ହାତରେ ଆହୁରି ୧୮ଦିନର ସମୟ ରହିଛି । ଠିକ ସମୟରେ ଟାର୍ଗେଟ ପୂରା ହୋଇଯିବ । ୨ ଲକ୍ଷ ହିତାଧିକାରୀଙ୍କ ପୁନଃ ଆବେଦନ ଅନାବଶ୍ୟକ । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ । ତଥ୍ୟ ପୁଣି ଯାଞ୍ଚ କରି ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ଦେବେ ସରକାର ।
Powered by Froala Editor