ପ୍ରତି କଲେଜରେ ଆଇସିସି କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ଵର: ପ୍ରତି କଲେଜରେ ହେବ ଆଇସିସି କମିଟି । ଆଇସିସି କମିଟି ନ କଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ । ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି କମିଟି ନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି , ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, POSH ACT ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ବାଲେଶ୍ୱର ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
Powered by Froala Editor