ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା । ଏହି ପ୍ରସଙ୍ଗକୁ ଆଜି ରାଜ୍ୟସଭାରେ ଉଠାଇଛି ବିଜେଡି । ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଠିକ୍ ଭାବେ ହେଉନଥିବା ଅଭିଯୋଗ କରିବା ସହିତ ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳ ବ୍ୟବସ୍ଥାକୁ ଆକ୍ଷେପ କରି ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ମୁନ୍ନା ଖାଁ, ମାନସ ମଙ୍ଗରାଜଙ୍କ ସହିତ ନିରଞ୍ଜନ ବିଶି ପ୍ରମୁଖ ସଂସଦ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହିତ ସାଂସଦ ସୁଲତା ଦେଓ ମଧ୍ୟ ପ୍ରତିବାଦ କରିଛନ୍ତି ।
Powered by Froala Editor