‘ଓ୍ବାର ୨’ ଟ୍ରେଲର ରିଲିଜ୍

ହ୍ରିତିକ୍ ରୋଶନ ଓ ଜୁନିଅର ଏନଟିଆର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ୍ବାର ୨’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏଥିରେ ୨ସୁପରଷ୍ଟାରଙ୍କ ଦମଦାର ଆକ୍ସ ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ଉଭୟଙ୍କ ମଧ୍ୟରେ ଉଚ୍ଚ କୋଟିର ଆକ୍ସନ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ରିଲିଜ୍ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଜୁନିଅର ଏନଟିଆର 'ୱାର ୨' ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ୨୦୧୯ରେ ରିଲିଜ ହୋଇଥିବା 'ୱାର'ର ସିକ୍ୱେଲ ହେଉଛି 'ୱାର ୨'। ଏଥିରେ ହ୍ରିତିକ୍ ରୋଶନ ପୁଣି ଥରେ କବୀର ଭୂମିକାରେ ନଜର ଆସିବେ। ଫିଲ୍ମରେ କିଆରା ଆଡଭାନୀ ଏବଂ ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୟଶ ରାଜ ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ। ଅୟାନ ମୁଖାର୍ଜୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅଗଷ୍ଟ ୧୪ ତାରିଖରେ ପରଦାକୁ ଆସିବ।
୨ ମିନିଟ୍ ୩୫ ସେକେଣ୍ଡର ଏହି ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ‘ଓ୍ବାର ୨’ର ଟ୍ରେଲରରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ସମେତ ପ୍ରାୟ ସବୁ କଳାକାରଙ୍କ ଝଲକ୍ ଦେଖିବାକୁ ମିଳିଛି।
Powered by Froala Editor