ସ୍ୱାମୀର ଜିଭ କାଟି ରକ୍ତ ପିଇଲା ସ୍ତ୍ରୀ

ବିହାରର ଗୟାରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଜିଭ କାଟି ରକ୍ତ ପିଇଦେଲେ । ତା’ପରେ ସେ ଦୌଡ଼ି ପଳାଇଗଲେ ।
ପୀଡିତା ସ୍ୱାମୀଙ୍କ ନାମ ମୁକେଶ । ଦାସ ବୟସ 36 ବର୍ଷ । ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜିଭ କାଟିବା ପରେ, ସେ ଏବେ କିଛି କହିପାରୁ ନାହାଁନ୍ତି । ତଥାପି ଖନେଇ ଖନେଇ କିଛି ସୂଚନା ଦେଇଛନ୍ତି । ଯାହାକୁ ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ମାମଲାଟି ଖିଜରାସରାଇ ଅଞ୍ଚଳର । ମୁକେଶଙ୍କ ସ୍ତ୍ରୀ ସୁନିତା ଜଣେ ଆଶା କର୍ମୀ।
ମୁକେଶ କହିଛନ୍ତି, ମୁଁ ସୋମବାର ସନ୍ଧ୍ୟାରେ ଘରକୁ ଆସିଥିଲି । ମୁଁ ଆସି ଜଳଜିରା ପିଇଥିଲି । ତା’ପରେ ମୋ ସ୍ତ୍ରୀ ସୁନିତା ମୋ ପାଖକୁ ଆସି କହିବାକୁ ଲାଗିଲେ ଯେ ତୁମେ ବିଷ ପିଇଛ । ସୁନିତା ତାଙ୍କୁ ଜିଭ ଦେଖାଇବାକୁ ଜିଦ କଲେ। ପ୍ରଥମେ ମୁଁ ମୋ ଜିଭ ଦେଖାଇଲି ନାହିଁ। ଏହା ପରେ ସୁନିତା ମୁକେଶଙ୍କୁ ବହୁତ ପ୍ରେମରେ ତାଙ୍କ ଜିଭ ବାହାର କରିବାକୁ କହିବା ଆରମ୍ଭ କଲେ। ମୁଁ ମୋ ଜିଭ ବାହାର କଲି, ସୁନିତା ଶୀଘ୍ର ମୋ ଜିଭକୁ କାମୁଡ଼ି ଗିଳିଦେଲା। ମୋ ଜିଭରୁ ରକ୍ତ ବାହାରୁଥିଲା, ଯାହାକ ମଧ୍ୟ ସୁନିତା ଚାଟି ଦେଇଥିଲେ। ତାଙ୍କ ସ୍ତ୍ରୀ ସୁନିତାଙ୍କ ବିଷୟରେ କୌଣସି ସୂଚନା ନାହିଁ। ଘଟଣା ପରଠାରୁ ସେ ଘରୁ ପଳାଇ ଯାଇଛନ୍ତି। ପୁଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ଖୋଜୁଛି।
ତେବେ ଏ ଘଟଣାରେ ପୁଲିସ ସ୍ୱାମୀଙ୍କୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି । ସୁନିତାଙ୍କ ପତ୍ତା ମିଳିବା ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛନ୍ତି ।
Powered by Froala Editor