ସବ୍ଇନ୍ସପେକ୍ଟର ନିଯୁକ୍ତି ବୟସ ସୀମା ୩ ବର୍ଷ କୋହଳ
ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ବୟସ ସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ହେଲେ ଏହି କୋହଳ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ଏନେଇ ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ।
୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ ୯୩୩ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ଓଡିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ। ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ରହିଥିଲା । ହେଲେ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀ ହାଇକୋର୍ଟରେ ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ ।
ଏ ନେଇ ସରକାରଙ୍କ ତରଫରୁ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ବୟସ ସୀମା କୋହଳ ବ୍ୟବସ୍ଥା ଆବେଦନକାରୀମାନଙ୍କ ପାଇଁ ଲାଗୁ ହେବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିବା ବେଳେ ଏ ସମ୍ପର୍କିତ ମାମଲା ଗୁଡ଼ିକର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁପୁନ ଦାସ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Powered by Froala Editor