ଶିଶୁ ପୁତ୍ରର ମା’ ହେଲେ ଦୀୟା
ଶିଶୁ ପତ୍ରର ମା’ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦୀୟା ମିର୍ଜା । ଦୀୟା ଏବଂ ବୈଭବ ସେମାନଙ୍କର ନବଜାତ ଶିଶୁର ନାମ ଦେଇଛନ୍ତି ଅଭିୟାନ। ସେ ଏହାର ସୂଚନା ନିଜ ଇନଷ୍ଟାଗ୍ରାମ ପେଜ୍ ମାଧ୍ୟମରେ ଦେଇଛନ୍ତି । ଚଳିତ ବର୍ଷ ୧୫ ଫେବୃଆରୀରେ ସେ ବିଜନେସମ୍ୟାନ୍ ଏବଂ ଇଭେଣ୍ଟର୍ ବୈଭବ ରେଖିଙ୍କୁ ବିବାହ କରିଥିଲେ ଏବଂ ବିବାହର ଦେଢ ମାସ ପରେ ତାଙ୍କର ଗର୍ଭବତୀ ହେବାର ଖୁସି ଖବର ଫ୍ୟାନ୍ସମାନଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ ।
ପୁଅର ଜନ୍ମ ବିଷୟରେ ସୂଚନା ଦେଇ ଦୀୟା ଲେଖିଛନ୍ତି ଯେ, ମୋର ଗର୍ଭଧାରଣ ସମୟରେ ମୋତେ ହଠାତ୍ ଏକ ଅପରେସନ୍ କରିବାକୁ ପଡିଥିଲା, ଯେଉଁ କାରଣରୁ ମୋର ଗୁରୁତର ସଂକ୍ରମଣ 'ସେପସିସ୍' ହେବାର ଆଶଙ୍କା ରହିଥିଲା, ଯାହା ମୋ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ଖୁସିର କଥା, ଆମର ଡାକ୍ତରମାନଙ୍କ ଯତ୍ନ ଯୋଗୁଁ ଆମ ଶିଶୁ ସୁରକ୍ଷିତ ଭାବେ ଜନ୍ମ ହୋଇଛି । ଏ ଖବର ମିଳିବା ପରେ ଦୀୟାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ।
Powered by Froala Editor