ଅଙ୍ଗାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ, ୪୯ ଜଣଙ୍କ ମୃତ୍ୟୁ ଆଶଙ୍କା

ମସ୍କୋ: ରୁଷିଆର ଅମୁର ଅଞ୍ଚଳରେ ଅଙ୍ଗାରା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪୯ ଜଣ ଯାତ୍ରୀ ଥିଲେ। ରୁଷିଆ ସେନା ଭଗ୍ନାବଶେଷ ପାଇଛି, ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କିଛି ଘଣ୍ଟା ପୂର୍ବରୁ ଏହି ବିମାନ ରାଡାରରୁ ଗାଏବ ହୋଇଯାଇଥିଲା। ବିମାନ ଦୁର୍ଘଟଣାରେ ସମସ୍ତ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
N-24 କୋଡ ସହିତ ପରିଚାଳିତ ଏହି ବିମାନରେ ୫ ଜଣ ପିଲା ସମେତ ୪୩ ଜଣ ଯାତ୍ରୀ ଥିଲେ। ସେହି ସମୟରେ ବିମାନରେ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ବିମାନଟି ଟିଣ୍ଡା ବିମାନବନ୍ଦରରେ ଅବତରଣ କରିବାର ଥିଲା, କିନ୍ତୁ ପ୍ରଥମ ପ୍ରୟାସରେ ଏହା ସଫଳ ହୋଇନଥିଲା, ତା’ପରେ ପାଇଲଟ ପୁଣି ଥରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିମାନଟି ୧୫ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗ୍ନାବଶେଷ ଏକ ଜଙ୍ଗଲରେ ମିଳିଛି।
Powered by Froala Editor