ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ଅଗଷ୍ଟ ୧ ରୁ
ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକଙ୍କୁ ସ୍ଵାଗତ କରିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ରହିଥିଲା ଭିତର କନିକା। ଭିତରକନିକାରେ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନୌବିହାରର ମଜା ଉଠାଇପାରିବେ। ଏପରିକି ସ୍କାଏ ଓ୍ବାକରେ ଜଙ୍ଗଲରେ ଚାଲି ଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଭିତରକନିକାରେ ସୌନ୍ଦର୍ଯ୍ୟର ଉପଭୋଗ କରିବେ ପର୍ଯ୍ୟଟକ । ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା । ଭିତରକନିକାରେ ଜମିବ ପ୍ରବଳ ଭିଡ଼ ।
Powered by Froala Editor