୩ ଦିନରେ ୧୦୦ କୋଟି କ୍ଲବ୍ରେ ପହଞ୍ଚିଲା ‘ସୈୟାରା’
୨୦୨୫ର ସବୁଠୁ ଚର୍ଚ୍ଚିତ ଏବଂ ସରପ୍ରାଇଜ ହିଟ ହୋଇଛି ମୋହିତ ସୁରୀଙ୍କ ସୈୟାରା ଫିଲ୍ମ ବକ୍ସ ଅଫିସରେ ଦମଦାର ରୋଜଗାର କରୁଛି। ନବାଗତ ଅହାନ ପାଣ୍ଡେ ଏବଂ ଅଭିନେତ୍ରୀ ଅନୀତ ପଡ୍ଡା ଲଭ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ରିଲିଜ୍ର ପ୍ରଥମ ୩ ଦିନରେ ‘ସୈୟାରା’ ଫିଲ୍ମ ୧୦୦ କୋଟି କ୍ଲବ୍ରେ ପହଞ୍ଚିଛି।
ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ରବିବାର ମଧ୍ୟରାତ୍ରି ସୁଦ୍ଧା ଏହି ଫିଲ୍ମ କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ୮୩ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ବିଶ୍ୱବ୍ୟାପୀ ଏହା ୧୧୫ କୋଟିର ବ୍ୟବସାୟ କରିଛି। ଏହି ଫିଲ୍ମ କେବଳ ରବିବାର ଭାରତୀୟ ସିନେମାହଲ୍ଗୁଡ଼ିକରୁ ୩୭ କୋଟିର ବ୍ୟବସାୟ କରିଛି।
ଡେବ୍ୟୁ ଅଭିନେତ୍ରୀ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ରୋମାଣ୍ଟିକ୍ ଡ୍ରାମା ପ୍ରଥମ ଚାରି ଦିନରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଛି। ଏହା ଦ୍ୱାରା ପୁରୁଣା ଏବଂ ନୂଆ ବଡ଼ ବଜେଟର ଫିଲ୍ଲଗୁଡ଼ିକ ଉପରେ ପ୍ରଭାବ ପଡ଼ିଛି।
ପ୍ରଥମ ଦିନ ସୈୟାରା ଫିଲ୍ମ ୨୧ରୁ ୨୫ କୋଟି ରୋଜଗାର କରିଥିଲା। ମାତ୍ର ତିନି ଦିନରେ ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ୮୩ କୋଟି ଏବଂ ଚତୁର୍ଥ ଦିନ ପର୍ଯ୍ୟନ୍ତ ୧୦୫ କୋଟିର ନେଟ କଲେକ୍ସନ ରହିଛି। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏହା ନୂଆ ଷ୍ଟାରକାଷ୍ଟ ସହ ନିର୍ମାଣ ହୋଇଥିବା ସବୁଠୁ ବଡ଼ ଓପିନିଙ୍ଗ ଅଟେ।
Powered by Froala Editor