ଖଣ୍ଡାରେ ଦୋକାନୀଙ୍କୁ ହାଣି ପକାଇଲେ ମୁଖାପିନ୍ଧା ଯୁବକ

ଗଞ୍ଜାମ ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ । ମଙ୍ଗଳବାର ସକାଳେ ପୋଲସରା ଥାନା ଅନ୍ତର୍ଗତ ଗୋପବନ୍ଧୁ ହାଇସ୍କୁଲ ଛକଠାରେ ଥିବା ଏକ ପରିବା ଦୋକାନରେ ଜଣେ ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଭାବେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ ପୋଲସରା ସହରର ଗୁଡୁ ପ୍ରଧାନ(୨୩) ।
ପୁଲିସ ସୂତ୍ର ଅନୁଯାୟୀ, ଗୁଡୁ ପରିବା ଦୋକାନରେ ଥିଲେ । ଏହି ସମୟରେ ୩ ଜଣ ମୁଖାପିନ୍ଧା ଯୁବକ ବାଇକ୍ରେ ଆସି ଗୁଡୁଙ୍କୁ ଖଣ୍ଡାରେ ହାଣି ପକାଇଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲେ । ଏହାପରେ ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଗୁଡୁଙ୍କୁ ପୋଲସରା ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା । ମାତ୍ର ଖୋର୍ଦ୍ଧା ନିକଟରେ ଗୁଡୁଙ୍କ ମୃତ୍ୟୁ ଘଟିଛି । କେଉଁ କାରଣ ଯୋଗୁଁ ଏହି ଆକ୍ରମଣ ହୋଇଛି ଏବଂ ଏହା ପଛରେ କେଉଁମାନେ ରହିଛନ୍ତି ସେନେଇ ପୁଲିସ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଛି ।
Powered by Froala Editor